ଭୁବନେଶ୍ୱର: ଗତ ମେ ୧୯ ତାରିଖ ସନ୍ଧ୍ୟାରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ତରଫରୁ ଏକ ସୂଚନା ଓ ମନୋରଞ୍ଜନଧର୍ମୀ ରୋଡ୍‌ ସୋ’ ଆୟୋଜିତ ହୋଇଯାଇଛି। ଦୂରଦର୍ଶନର ଡିଜିଟାଲ୍‌ ଟେରେଷ୍ଟ୍ରିଆଲ ଟେଲିଭିଜନ (ଡିଟିଟି) ଟ୍ରାନ୍ସମିସନ ଏବଂ ଡିଟିଏଚ୍‌ ପ୍ରସାରଣର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଡିଡି ସ୍ପୋର୍ଟସରେ ମଧ୍ୟ ସିଧା ପ୍ରସାରଣ କରାଯାଇଥିଲା। ଏହି ଅବସରରେ ଡିଟିଟି ପ୍ରସାରଣ ପାଇଁ ବ୍ୟବହୃତ ହେଉଥିବା ଡୋଙ୍ଗଲ, କାର୍ଯ୍ୟକ୍ରମର ମାନ, ଉପଲବ୍ଧ ଦୂରଦର୍ଶନର ଚ୍ୟାନେଲ ଓ ଡିଡି ଫ୍ରି ଡିସ୍‌ ସମ୍ପର୍କରେ କେନ୍ଦ୍ରର ଯାନ୍ତ୍ରିକ ଉପ ନିର୍ଦେଶକ ପ୍ରକାଶ କୁମାର ମହାପାତ୍ର ବୁଝାଇ କହିଥିଲେ। ଏହି ରୋଡ୍‌ ସୋ’ରେ ଦୂରଦର୍ଶନ ନିର୍ଦେଶାଳୟ ନୂଆଦିଲ୍ଲୀର ଯାନ୍ତ୍ରିକ ଉପମହାନିର୍ଦେଶକ ଅଶୋକ କୁମାର ଝା, ଆୟକର ବିଭାଗର ଆୟୁକ୍ତ ଶରତ କୁମାର ଦାସ ଓ କ୍ରିକେଟର ବିପ୍ଳବ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାନ୍ତ୍ରିକ ଉପମହାନିର୍ଦେଶକ ଧ୍ରୁବ ନନ୍ଦ, କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ନୀଳାଦ୍ରି ମୋହନ ଶତପଥୀ, ଯାନ୍ତ୍ରିକ ଉପମହାନିର୍ଦେଶକ ପ୍ରକାଶ କୁମାର ପତି, ଯାନ୍ତ୍ରିକ ଉପ ନିର୍ଦେଶକ ପୂର୍ଣ୍ଣେନ୍ଦୁ କୁମାର ମହାନ୍ତି, ଦର୍ଶକ ଅନୁସନ୍ଧାନ ଅଧିକାରୀ ପ୍ରାଣବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ହରିହର ଦାସ ଓ ତାଙ୍କ ଗ୍ରୁପ୍‌ ନୃତ୍ୟପ୍ରଦର୍ଶନ କରିଥିବା ବେଳେ ବିଷ୍ଣୁପ୍ରସାଦ କବି, ଦୀପ୍ତିରେଖା ଓ ନବ୍ୟା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ସୁଲଗ୍ନା ଓ ସୁନୀତା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦୀପ୍ତି ମିଶ୍ର ପ୍ରଯୋଜନା କରିଥିଲେ। ଶେଷରେ କେନ୍ଦ୍ର ତରଫରୁ କରାଯାଇଥିବା ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମର ସଠିକ ଉତ୍ତରଦାତାଙ୍କୁ ଡୋଙ୍ଗଲ ଓ ସେଟ୍‌-ଅପ୍‌ ବକ୍ସ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା।

Advertisment