କୁଶଭଦ୍ରା ନଦୀରେ ଭାସି ଯାଇଥିବା ଛାତ୍ରଙ୍କ ଶବ ମିଳିଲା

ବାଲିପାଟଣା: ସୋମବାର ବନମାଳିପୁରଠାରେ କୁଶଭଦ୍ରା ନଦୀରେ ଭାସି ଯାଇଥିବା ଦିଓ୍ଵାନପାଟଣା ପୃଷ୍ଟିସାହିର ଛାତ୍ର ଦୀପ୍ତିକାନ୍ତ ସାହୁ ଓରଫ୍‌ ସୁମା(୨୦)ଙ୍କ ଶବ ଆଜି ନଦୀରୁ ଠାବ କରାଯାଇଛି। ପୂର୍ବାହ୍ଣ ପ୍ରାୟ ୧୦ଟାରୁ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ୨ଟି ବୋଟ୍‌ରେ ନଦୀରେ ଖୋଜିବା ଆରମ୍ଭ କରିଥିଲେ। ପ୍ରାୟ ୪ଘଣ୍ଟା ପରେ ଦୀପ୍ତିକାନ୍ତଙ୍କ ଶବ ମୁଣ୍ଡହଣାପାଟଣା ଗ୍ରାମ ନିକଟରୁ ମିଳିଥିଲା। ଦୀପ୍ତିଙ୍କ ଶବ ମିଳିବା ପରେ ସମଗ୍ର ବନମାଳିପୁରରେ ଗଭୀର ଶୋକ ପ୍ରକାଶ ପାଇଛି।  ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବାଲିପାଟଣା ତହସିଲଦାର ପ୍ରାଚୀ ମହାପାତ୍ର କହିଛନ୍ତି ଏ ସଂପର୍କିତ ପ୍ରାଥମିକ ରିପୋର୍ଟ ଆମେ ଆଜି ପଠାଇ ସାରିଛୁ। ପୁଲିସ୍‌ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ଆମେ ଚୂଡ଼ାନ୍ତ ରିପୋର୍ଟ ପଠାଇବୁ। ସୂଚନା ଥାଉକି ଗତକାଲି ଦୀପ୍ତି ଓ ତାଙ୍କ ସାଥୀମାନେ କୁଶଭଦ୍ରା ନଦୀରେ ଗାଧୋଉଥିବା ବେଳେ ପହଁରିବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର