କୁଆଖାଇ ନଦୀ ତଳେ ଯୁବକଙ୍କ ମୃତଦେହ ମିଳିବା ଘଟଣା: ମିଳିଲା ମୃତକଙ୍କ ପରିଚୟ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ତଳେ ଯେଉଁ ଯୁବକଙ୍କ ମୃତଦେହ ଠାବ କରାଯାଇଥିଲା, ତାଙ୍କର ପରିଚୟ ମିଳିଛି। ମୃତକ ହେଲେ ସୁରେଶ ଆଦେକ। ତାଙ୍କ ଘର ବସ୍ତା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ସୁରେଶ ରସୁଲଗଡ଼ ଅଞ୍ଚଳରେ ରହି ଅଟୋ ଚଳାନ୍ତି। ଦୁଇ ଦିନ ତଳେ ସାଙ୍ଗମାନଙ୍କ ସହ ସେ କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ, ହେଲେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଓ ପୁଲିସ ଗତକାଲି ଖୋଜାଖୋଜି  କରିଥିଲେ ବି ସୁରେଶଙ୍କର ପତ୍ତା ପାଇନଥିଲେ ।

ଆଜି ସ୍ଥାନୀୟ ଲୋକେ ନଦୀରେ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନଦୀରୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର