ଟ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଟଣୀ,: ଆଜି ଜଟଣୀ ରେଳ ଷ୍ଟେସନ୍‌ରେ ବିଶାଖାପାଟଣା ଅମୃତସର ହୀରାକୁଦ ଏକ୍ସପ୍ରେସ ଟ୍ରେନ ଭିତରୁ ପୁଲିସ୍ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ଜିଆର୍‌ପି ପୁଲିସ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ ଜଟଣୀ ରେଳ ଷ୍ଟେସନ୍‌ର ୧ ନମ୍ବର ପ୍ଲାଟ୍‌ଫର୍ମରେ ବିଶାଖାପାଟଣା ଅମୃତସର ହୀରାକୁଦ ଏକ୍ସପ୍ରେସ ଟ୍ରେନ‌୍ ପହଞ୍ଚିବା ପରେ ଜଣେ ୩୦ ବର୍ଷୀୟ ଟ୍ରେନ ଯାତ୍ରୀ ବଗି ଭିତରେ ମରି ପଡ଼ିଥିବାର ଦେଖି ଅନ୍ୟ ଯାତ୍ରୀମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଜିଆର୍‌ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ମୃତ ବ୍ୟକ୍ତି ଜଣକ ଅମିତ୍ କୁମାର ସିଂହ ଓ ତାଙ୍କ ଘର ତେଲେଙ୍ଗାନା ରାଜ୍ୟରେ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଜିଆର୍‌ପି ଥାନା ଅଧିକାରୀ ସନ୍ତୋଷ ବାହିନୀପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର