କୁଆଖାଇ ନଦୀର ବାଙ୍କୁଆଳ ନିକଟରୁ ନାବାଳକର ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀର ବାଙ୍କୁଆଳ ନିକଟରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ହୋଲିରେ ଗାଧୋଇବାକୁ ଆସି ସେ ନିଖୋଜ ହୋଇଯାଇଥିଲେ। ମୃତ ନାବାଳକଜଣକ ମହିଶାଖାଲ ବସ୍ତିର ବାସିନ୍ଦା ବୋଲି ସୂଚନା ମିଳିଛି। ସେ ଅଷ୍ଟମ ଶ୍ରେଣୀର ଛାତ୍ର। କିନ୍ତୁ ଏହା ସ୍ବାଭାବିକ ମୃତ୍ୟୁ ନୁହେଁ, ବରଂ ତାଙ୍କୁ କେହି ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକ।

ସମ୍ବନ୍ଧିତ ଖବର