ଭୁବନେଶ୍ବର: ବ୍ୟାଗ ଭିତରେ ମୃତଦେହ ଧରି ଜଣେ ଲୋକ ବୁଲୁଥିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ‌ଲୋକେ ତାଙ୍କୁ ପିଟିଛନ୍ତି।୮ ମାସର ଶିଶୁକନ୍ୟାର ମୃତଦେହ ଖଣ୍ଡଗିରି ଛକରୁ ଉଦ୍ଧାର ହୋଇଥିଲା। ତେବେ ପରିବାର ଲୋକେ କହିଛନ୍ତି ଯେ ୮ ମାସର ଶିଶୁକନ୍ୟାର ମୃତଦେହକୁ ଶବସଂସ୍କାର ପାଇଁ ନେଉଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।