ବରକୋଳି ଗଛରେ ଝୁଲୁଛି ନାବାଳକର ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ବର: ବରକୋଳି ଗଛରେ ନାବାଳକର ମୃତଦେହ ଝୁଲୁଛି। ରାଜଧାନୀ ଭୁବନେଶ୍ବରର ଖରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ ୯ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକଙ୍କ ନାଁ ମନୋରଂଜନ ଦାସ(୧୬)। ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ ମନୋରଂଜନ ଦାସ ଆଜି ଦିନ ଦିନ ୧୦ଟା ବେଳେ ଗାଈ ଚରାଇବାକୁ ଆସିଥିଲା। କିନ୍ତୁ ଦୀର୍ଘ ସମୟ ଧରି ଘରକୁ ଆଉ ଫେରି ନ ଥିଲା। ପରିବାର ଲୋକେ ଘର ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। କିନ୍ତୁ ମନୋରଂଜନର ଖୋଜ୍‌ଖବର ମିଳି ନ ଥିଲା। ମନୋରଂଜନର ପତ୍ତା ନ ମିଳିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା।

ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ଘଟଣାସ୍ଥଳରେ ଛାନଭିନ କରୁଛି। ସେହିପରି ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଁଚିଛି। ପୁଲିସ ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର