ବାଇକ୍ ସହ କେନାଲରେ ପଡ଼ି ଯୁବକଙ୍କ ମୃତ୍ୟୁ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ନରିଶୋ ପଞ୍ଚାୟତ ଖଜୁରିଆପଡ଼ା ଗ୍ରାମ ନିକଟ କୁଣ୍ଢେଇ କେନାଲ୍‌ ଭିତରେ ବାଇକ୍‌ ସହ ଖସିପଡ଼ି ଚନ୍ଦନ ଭୋଇ(୨୬)ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଚନ୍ଦନଙ୍କ ଘର ଦେଉଳିଧର ପଞ୍ଚାୟତ ମଉକାସାହିରେ ବୋଲି ଜଣାପଡ଼ିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଆଜି ଭୋରରେ କେନାଲ ବନ୍ଧରେ ଗୋଟିଏ ମୋବାଇଲ ପଡ଼ିଥିବା ବେଳେ ଏକ ବାଇକ୍‌(ଓଡି-୦୨-ଆର-୨୧୭୦)କେନାଲ ପାଣିରେ ବୁଡ଼ି ରହିଥିବା କିଛି ଲୋକ ଦେଖିଥିଲେ। ଏ ସ˚ପର୍କରେ ବାଲିପାଟଣା ପୁଲିସ୍‌କୁ ଖବର ଦିଆଯାଇଥିଲା। ଖୋଜାଖୋଜି କରିବା ପରେ କେନାଲ ଭିତରୁ ଚନ୍ଦନଙ୍କ ମୃତଦେହ ଠାବ ହୋଇଥିଲା। ପୁଲିସ୍‌ ବାଇକ୍‌ଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବର ପଠାଇଛି।

ସମ୍ବନ୍ଧିତ ଖବର