ରେଳ ଧାରଣାରେ ମୃତଦେହ

ଭୁବନେଶ୍ୱର: ତାରିଣୀବସ୍ତି ନିକଟ ରେଳଧାରଣାରୁ ରେଳବାଇ ଥାନା ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ତାଙ୍କ ନାଁ ରମେଶ ଚନ୍ଦ୍ର ସାହୁ (୫୦)। ଘର କେନ୍ଦ୍ରାପଡ଼ା ଜିଲ୍ଲା ମାଣ୍ଡିଆ ରାଘପୁର ଅଞ୍ଚଳରେ। ସେ ଏଠାରେ ତାରିଣୀ ବସ୍ତିରେ ରହୁଥିଲେ। ଖବର ପାଇ ରେଳବାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରମେଶଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ସୂଚନା ମୁତାବକ, ରମେଶ ଏଠାରେ ଥିବା ତାରିଣୀ ବସ୍ତିରେ ଦୀର୍ଘ ଦିନ ହେଲା ତାଙ୍କ ପରିବାର ସହ ରହି ଆସୁଥିଲେ। ଏହି ବସ୍ତି ପାଖରେ ଥିବା ଭେଣ୍ଡିଂଜୋନ୍‌ରେ ତାଙ୍କର ଏକ ଚା’ ଦୋକାନ ଥିଲା। ତେବେ କୌଣସି କଥାକୁ ନେଇ ଗତ କିଛି ଦିନ ହେବ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ମାନସିକ ଭାରସାମ୍ୟ ହରାଇ ସେ ଏପରି କରିଥାଇପାରନ୍ତି ବୋଲି କୁହାଯାଉଛି। ତେବେ ମୃତ ରମେଶଙ୍କ ପକେଟରୁ ଏକ ସୁଇସାଇଡିଆଲ୍‌ ନୋଟ୍‌ ବାହାରିଛି ବୋଲି ପୁଲିସ କହିଛି। ପାରିବାରିକ କଳହରୁ ସେ ଏଭଳି କାଣ୍ଡ କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର