ରେଳଧାରଣାରୁ ଯୁବକଙ୍କ ମୃତଦେହ ଜବତ

ଭୁବନେଶ୍ବର: ରେଳବାଇ ଥାନା ପୁଲିସ ମାଉସୀ ମା’ ରେଳଧାରଣା ନିକଟରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରିଛି। ସେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ଶରତ କୁମାର ପଣ୍ଡା(୪୨) ବୋଲି ଜଣାପଡ଼ିଛି। ସେ ୟୁନିଟ୍-୧ରେ ବ୍ୟବସାୟ କରନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଛି। ସୂଚନା ମୁତାବକ, ମଙ୍ଗଳବାର ସକାଳେ ଜଣେ ଯୁବକ ମାଉସୀ ମା’ ରେଳଧାରଣା ନିକଟରେ ପଡ଼ିଥିବା ପୁଲିସ ଖବର ପାଇଥିଲା। ତୁରନ୍ତ ରେଳବାଇ ଥାନା ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଶରତଙ୍କ ମୃତହେଦକୁ ଜବତ କରିଥିଲା। ଦୁର୍ଘଟଣା ଯୋଗୁ ଶରତଙ୍କ ମୃତ୍ୟୁ ଘଟିଛି ନା ବ୍ୟବସାୟିକ ଶତ୍ରୁତା ନେଇ କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପଦେବାକୁ ଚେଷ୍ଟା କରିଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର