ଭୁବନେଶ୍ବର: ୟୁନିଟ୍‌-୯ ରୋଡ୍‌ ନମ୍ବର-୧ ପାଣିଟାଙ୍କିରୁ ଯୁବକଙ୍କ ମୃତଦେହ ଜବତ

ଭୁବନେଶ୍ବର: ୟୁନିଟ୍‌-୯ ରୋଡ୍‌ ନମ୍ବର-୧ ସ୍ଥିତ ଏକ ପାଣିଟାଙ୍କିରୁ ଖାରବେଳନଗର ଥାନା ପୁଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ତାଙ୍କ ନାଁ ତୀର୍ଯ୍ୟକ କିରଣ ଜେନା(୧୯)। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ପୁଲିସ ସୂଚନା ମୁତାବକ, ଦୀର୍ଘଦିନ‌ ହେବ ତୀର୍ଯ୍ୟକ ମାନସିକ ଭାରାକ୍ରାନ୍ତ ଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟ ଛାତ ଉପରକୁ ଯାଇ ସେଠାରେ ବସି ରହିଥିଲେ। ଟ୍ୟାପ୍‌ ପାଣିରେ ପେଟ୍ରୋଲ୍‌ ଗନ୍ଧ ଆସିବାରୁ ବାପା ପ୍ରକାଶ ଚନ୍ଦ୍ର ଜେନା ତାଙ୍କୁ ଡାକିଥିଲେ। ହେଲେ ସେ ଜବାବ ଦେଇନଥିଲେ। ତୀର୍ଯ୍ୟକ ନଶୁଣିବାରୁ ପ୍ରକାଶ ଛାତଉପରକୁ ଯାଇଥିଲେ। ତାଙ୍କର ଜୋତା, ସାର୍ଟ ଓ ପ୍ୟାଣ୍ଟ ଟାଙ୍କି ବାହାରେ ପଡ଼ିଥିଲା। ସେ ଟାଙ୍କି ନିକଟକୁ ଯାଇ ତୀର୍ଯ୍ୟକ ପାଣିରେ ଭାସୁଥିବା ଦେଖି ଚିତ୍କାର କରିଥିଲେ। ପାଟିଶୁଣି ଘରଲୋକ ଧାଇଁ ଆସିଥିଲେ। ହେଲେ ଟାଙ୍କି ଭିତରୁ ତାଙ୍କୁ ବାହାର କରିବା ସମ୍ଭବ ନହେବାରୁ ପୁଲିସକୁ ଜଣାଇଥିଲେ। ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୀର୍ଯ୍ୟକଙ୍କ ମୃତଦେହ ଜବତ କରିଥିଲା

ସମ୍ବନ୍ଧିତ ଖବର