ଭୁବନେଶ୍ବର: କୁଆଖାଇ ନଦୀକୂଳରେ ଆଜି ଅପରାହ୍ଣରେ ଏକ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଛି। ମୃତଦେହ ଚିହ୍ନଟ ହୋଇ ନଥିବା ବେଳେ ଉପରମୁଣ୍ଡରୁ ଏହା ଭାସିଥିବା ସନ୍ଦେହ କରାଯାଉଛି।
କୁଆଖାଇ ନଦୀର ସୁଅରେ ଭାସୁଥିବା ମୃତଦେହ ଦେଖିବାକୁ ରୁଣ୍ଡ ହୋଇଛନ୍ତି ଲୋକ। ତେବେ ଏହି ମୃତଦେହ କୋଉଠୁ ଆସିଲା, କାହାର ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ମଞ୍ଚେଶ୍ୱର ଅଞ୍ଚଳର ନଦୀକୂଳିଆ ଲୋକମାନେ ଏହାକୁ ପ୍ରଥମେ ଦେଖି ଖବର ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲେ ବି ଉଦ୍ଧାର ହୋଇପାରିଲାନି ମୃତଦେହ। ନଈ ସୁଅ ଉପରେ ଭରସା କରି ହାତବାନ୍ଧି ଠିଆ ହୋଇଛି ପୁଲିସ। ନା ଅଗ୍ନିଶମ ବାହିନୀ ଅଛି ନା ଆରମ୍ଭ ହୋଇଛି ଉଦ୍ଧାର ପ୍ରକ୍ରିୟା। ଏଭଳି କ୍ଷେତ୍ରରେ କେତେବେଳେ କୋଉ କୂଳରେ ମୃତଦେହ ଉଦ୍ଧାର ହେବ ତାହା ସ୍ପଷ୍ଟ ହୋଇପାରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/04/kuakhai-deadbody-2025-10-04-17-54-59.jpg)