ଜାତୀୟ ରାଜପଥ କଡ଼ରେ ମରଣଯନ୍ତା : ପାଦ ଖସିଲେ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ଏବେ କେବଳ ଗାଡ଼ି ଚାଳକଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିନି, ଏହି ରାସ୍ତାରେ ଚାଲିକି ଗଲେ ବି ମୃତ୍ୟୁ କୋଳେଇ ନେବ। ଏହିପରି ବ୍ୟବସ୍ଥା ଜାତୀୟ ରାଜପଥ କର୍ତ୍ତୃପକ୍ଷ କରିଛନ୍ତି। କିନ୍ତୁ ପୂର୍ତ୍ତ ବିଭାଗ କି ବିଏମ୍‌ସି ନିଜ ଦାୟିତ୍ୱ ନୁହେଁ କହି ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି। ବର୍ଷା ସମୟରେ ଜାତୀୟ ରାଜପଥ ଜଳ ନିଷ୍କାସନ ପାଇଁ ରାସ୍ତାକଡ଼ରେ ତିନି ଫୁଟ ଓସାର ୪ ଫୁଟ ଗଭୀରର ବଡ଼ ବଡ଼ ଡ୍ରେନ୍‌ ହୋଇଛି। ଯାହା ଏବେ ମରଣଯନ୍ତା ପାଲଟିଛି। ତେଣୁ ଆସନ୍ତା ବର୍ଷା ଋତୁରେ କି ରାତି ସମୟରେ ଜାତୀୟ ରାଜପଥ କଡ଼ରେ ଥିବା ଫୁଟପାଥ୍‌ ଉପରେ ଚାଲିବା ଜୀବନ ପାଇଁ ବିପଦ ସାଜିବ। ଡ୍ରେନ୍‌ଗୁଡ଼ିକ ଗତ ଦୁଇ ବର୍ଷ ମଧ୍ୟରେ ନିର୍ମାଣ ହୋଇଥିଲେ ହେଁ ଅଧିକାଂଶ ସ୍ଥାନରେ ଏହା ଭାଙ୍ଗି ଯାଇଛି। ବର୍ଷା ସମୟରେ ଡ୍ରେନ୍‌ରେ ପାଣି ଚାଲିଲେ କେଉଁଠି ଖାଲି , କେଉଁଠି ଘୋଡ଼ଣି ପଡ଼ିଛି ଜଣାପଡ଼ିବନି। ଏପରିକି ଅନ୍ଧାର ରାତିରେ ବି ଏହା ଜଣାପଡ଼ୁନି। ତେଣୁ ଏହି ରାସ୍ତାରେ ଚାଲିଲେ ଡ୍ରେନ୍‌ରେ ପଡ଼ିବା ଥୟ। ଆଉ ମୁହଁ ସମେତ ଅଜାଗା ଜାଗା ମାଡ଼ ହୋଇ ମୃତ୍ୟୁ ସୁନିଶ୍ଚିତ। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଡ୍ରେନ୍‌ ମରାମତି କରିବାକୁ ମନ ବଳାଉନାହାନ୍ତି। ସୂଚନାଯୋଗ୍ୟ ଯେ, ଗତ ମାସରେ ସିଆର୍‌ପି ଛକ ନିକଟରେ ଡ୍ରେନ୍‌ରେ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର