ମରଣଯନ୍ତା ପାଲଟିଛି ମୁକୁଳା ଟ୍ରାନ୍ସଫର୍ମର

ବାଲିଅନ୍ତା: ବାଳକାଟି ରଙ୍ଗଣିସାହି ନିକଟରେ ଥିବା ୨୫ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର୍‌ ଖୋଲା ପଡ଼ିଥିବାରୁ ବୁଲା ଗୋରୁଗାଈଙ୍କ ପାଇଁ ମରଣଯନ୍ତା ପାଲଟିଛି। ଦୁଇଟି ବିଦ୍ୟୁତ ଖୁଣ୍ଟରେ ବିପଜ୍ଜନକ ଅବସ୍ଥାରେ ଝୁଲୁଥିବା ଏହି ଟ୍ରାନ୍ସଫର୍ମର୍‌ ସଂସ୍ପର୍ଶରେ ଆସି ପୂର୍ବରୁ ବହୁ ଜୀବଜନ୍ତୁଙ୍କ ପ୍ରାଣ ଯାଇଛି। ଶୁକ୍ରବାର ରାତିରେ ଏହି ଏଲ୍‌ଟି ଲାଇନ୍‌ ବିଦ୍ୟୁତ ଆଘାତରେ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବାରୁ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅନୁରୂପ ଭାବେ ପୂର୍ବରୁ ୨ଟି ଗାଈଙ୍କ ଜୀବନ ଯାଇଥିବା ଗ୍ରାମବାସୀମାନେ କହିଛନ୍ତି। ସ୍ଥାନୀୟ ଲୋକମାନେ ଏନେଇ ବାଳକାଟି ବିଦ୍ୟୁତ ସେକ୍‌ସନ୍‌ କର୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଖୋଲାପଡ଼ିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ସଂପୃକ୍ତ କର୍ତୃପକ୍ଷଙ୍କୁ ପଚାରିବାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର