ଭୁବନେଶ୍ବର: କୁଆଖାଇ ନଦୀରୁ ମିଳିଥିବା ମୃତଦେହର ପରିଚୟ ମିଳିଛି। ମୃତକ ମାଳିସାହିର ସେଖ ମୁସିଫ ବୋଲି ଜଣାଯାଇଛି। ତାଙ୍କର ବୟସ ୨୫ ବର୍ଷ। ସେ ଘରେ ଗଣ୍ଡଗୋଳ କରି ରାଗରେ ଆତ୍ମହତ୍ୟା କରିବାକୁ ଯାଇଥିଲେ। ପରିବାର ଲୋକେ ମୁସିଫଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ କୁଆଖାଇ ନଦୀରେ ସେଖ ମୁସିଫଙ୍କ ମୃତଦେହ ଭାସୁଥିଲା। ସରସ୍ୱତୀ ମୂର୍ତ୍ତି ବିସର୍ଜନ କରିବାକୁ ଆସିଥିବା ବେଳେ  ଲୋକେ ଦେଖିଥିଲେ। ଏନେଇ ମଞ୍ଚେଶ୍ୱର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।