ବାଲିପାଟଣା: ବାଲିପାଟଣା ଥାନା ମୁଣ୍ଡହଣାପାଟଣା ଗ୍ରାମର ଅଜୟ ମୁଦୁଲିଙ୍କ ନିଖୋଜ ଥିବା ୩ ବର୍ଷର ଝିଅ ରଶ୍ମିତା ଓରଫ ଅନୁର ଶବ ଉଦ୍ଧାର ହୋଇଛି। ଗତ ଦୀପାବଳି ଦିନ ସନ୍ଧ୍ୟାରୁ ଅନୁ ନିଖୋଜ ଥିଲେ।
ସନ୍ଧ୍ୟାରେ ପିଲାମାନେ ହସଖୁସିରେ ଗାଁ ଦାଣ୍ଡରେ ଡିଆଁଡେଇଁ କରି ଖେଳୁଥିଲେ। ହଠାତ୍ ରହସ୍ୟମୟ ଭାବେ ନିଖୋଜ ହୋଇଗଲା ଅଜୟ ମୁଦୁଲିଙ୍କ ୩ ବର୍ଷର କୁନି ଝିଅ ରଶ୍ମିତା ଓରଫ୍ ଅନୁ। ପରିବାର ଓ ଗାଁ ଲୋକେ ସବୁଆଡ଼ ଖୋଜିଲେ। ପାଖ କେନାଲକୁ ଖସି ପଡ଼ିଥିବ ଭାବି ସେଠି ବି ଖୋଜିଲେ। ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ କେନାଲରେ ପଶି ବହୁ ଖୋଜାଖୋଜି କଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ମଧ୍ୟ ତଦନ୍ତ କଲା। ବଳି ସନ୍ଦେହରେ ଗାଁ ଯୁବକମାନେ ରାତି ସାରା ଆଖପାଖ ଅଞ୍ଚଳର ମଶାଣି ବୁଲି ବୁଲି ଦେଖିଲେ। ମାତ୍ର ୨୪ ଘଣ୍ଟା ବିତିବା ପରେ ବି ଅନୁର ପତ୍ତା ମିଳିନଥିଲା।

Advertisment

publive-image
ଆଜି ସକାଳୁ ନିମାପଡ଼ା କେନାଲର ମାର୍ଥାପୁର ନିକଟରୁ ଏକ ଶିଶୁକନ୍ୟାର ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶିଶୁକନ୍ୟା ଅନୁର ଶବ ଉଦ୍ଧାର କରିଛନ୍ତି।