ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ ସ୍ଥାନ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ଆଜି ୩ ନୂଆ ଅତିଥି ଆସିଛନ୍ତି। ପ୍ରାଣୀ ଉଦ୍ୟାନରେ ଆଜି ୩ଟି ମଣିପୁରି ହରିଣ ଛୁଆ ଜନ୍ମ ନେଇଛନ୍ତିି। ଏଥି ସହିତ ପ୍ରାଣୀ ଉଦ୍ୟାନରେ ମଣିପୁରି ହରିଣ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏଥିରେ ୬ ଅଣ୍ଡିରା ୫ ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା ୩ ଛୁଆ ଅଛନ୍ତି।