ମୃତ୍ୟୁ ଏମିତି ବି ଆସେ! ଦଶାହ ତୁଠରୁ ଭାସିଗଲେ

ଭୁବନେଶ୍ବର : ଗୁରୁବାର କୁଆଖାଇ ନଦୀ କୂଳରେ ସମ୍ପର୍କୀୟଙ୍କ ଦଶାହ ତୁଠ କର୍ମରେ ଯୋଗ ଦେବାକୁ ଯାଇ ଜଣେ ବ୍ୟକ୍ତି ଭାସି ଯାଇଛନ୍ତି। ସେ ହେଲେ ଆଚାର୍ଯ୍ୟବିହାର ସାଇନ୍ସପାର୍କ ବସ୍ତିର ଆଖୁରା ଆଖୁଆ(୫୫)। ଅଗ୍ନିଶମ ବାହିନୀ ପ୍ରାୟ ୩ ଘଣ୍ଟା କାଳ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରିପାରିନାହିଁ। ତେଣୁ ସେ ବଞ୍ଚିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏକ ଦଶାହ ତୁଠ କାମରେ ଯୋଗଦେବା ପାଇଁ ସାଇନ୍‌ସ ପାର୍କ ବସ୍ତିରୁ କିଛି ଲୋକ କୁଆଖାଇ ନଦୀକୁ ଯାଇଥିଲେ। ଅପରାହ୍ଣ ପାଖାପାଖି ୩ଟା ସମୟରେ ସମସ୍ତେ ନଦୀ ତୁଠରେ ଗାଧୋଉଥିଲେ। ତୁଠରେ ଆଖୁରା ଓ ତାଙ୍କ ପୁଅ ଆରତ ବି ଥିଲେ। ହଠାତ୍ ଆଖୁରା ସୁଅ ମୁହଁରେ ପଡ଼ି ଭାସି ଯାଇଥିଲେ। ସେ ଭାସି ଯାଉଥିବା ଦେଖି ପୁଅ ଆରତ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲେ। କିନ୍ତୁ କେହି ସାହାସ କରି ପ୍ରଖର ସୁଅ ଭିତରକୁ ଯାଇ ଆଖୁରାଙ୍କୁ ଉଦ୍ଧାର କରିପାରିନଥିଲେ। ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀକୁ ଫୋନ୍‌ କରାଯାଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ପ୍ରାୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନଦୀରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଖୋଜାଖୋଜି କରିଥିଲେ ବି ଆଖୁରାଙ୍କୁ ପାଇନଥିଲେ।

ସମ୍ବନ୍ଧିତ ଖବର