ମଞ୍ଚସ୍ଥ ହେଲା ‘ମୃତ୍ୟୁ: ଫିଅର୍ ଅଫ୍ ଦି ଏଣ୍ଡ’

ଭୁବନେଶ୍ୱର: ମୃତ୍ୟୁ ଚରମ ସତ୍ୟ। ପ୍ରକୃତିର ଏକ ନିୟମ। ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏ ପୃଥିବୀରେ କେହି ଆମର ନୁହନ୍ତି। ମଣିଷଟିଏ ଜନ୍ମ ହୁଏ ଓ ମରିଯାଏ, କିନ୍ତୁ ଅମର ହୋଇ ରହିଯାଏ ତା କର୍ମ। ସେହି ମନୁଷ୍ୟର ଜୈବିକ ମୃତ୍ୟୁ ପୂର୍ବରୁ ଯଦି ତା’ ମାନବିକତା ଓ ମାନସିକତାର ମୃତ୍ୟୁ ଘଟେ ସେ ଆଉ ମନୁଷ୍ୟ ହୋଇ ରହେ ନାହିଁ। ସେ ଶବ ପାଲଟି ଯାଏ। ଏଭଳି ଏକ କଥା ବସ୍ତୁକୁ ନେଇ ରବୀନ୍ଦ୍ର ମଣ୍ଡପରେ ସମ୍ରାଟ ସିଏ କଳାର ପୂଜାରୀ ପକ୍ଷରୁ ‘ମୃତ୍ୟୁ: ଫିଅର୍ ଅଫ୍ ଦି ଏଣ୍ଡ’ ମଞ୍ଚସ୍ଥ ହୋଇ ଯାଇଛି। ନିର୍ଦ୍ଦେଶକ ଶରତ ସମ୍ରାଟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ନାଟକର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବରେ ଓଡ଼ିଶା ନାଟ୍ୟ ସଂଘ ସଭାପତି ହରେନ୍ ସାହୁ, ନାଟ୍ୟକାର ଅନନ୍ତ ମହାପାତ୍ର, ସୁବୋଧ ପଟ୍ଟନାୟକ, ଧୀରେନ୍ଦ୍ର ନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର