ନନ୍ଦନକାନନରେ ଗୋଲ୍‌ଡେନ ପିଜାଣ୍ଟର ମୃତ୍ୟୁ

ତ୍ରିଶୁଳିଆ : ନନ୍ଦନକାନନ ପ୍ରାଣୀଉଦ୍ୟାନ ୭୮ନମ୍ବର(କ) ଖୁଆଡ଼ରେ ରହୁଥିବା ଏକ ଅଣ୍ତିରା ଗୋଲ୍‌ଡେନ ପିଜାଣ୍ଟର ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ଏହାର ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି। ଖୁଆଡ଼ରେ ଥିବା ଅନ୍ୟ ଏକ ପିଜାଣ୍ଟ ସହିତ ଲ‌ଢ଼େଇ ଯୋଗୁଁ ଏହାର ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର