ଭୁବନେଶ୍ବର: ଆମେରିକା ଟେକ୍ସାସର ଡଲାସ ସହରରେ ଜଣେ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଅଖିଳ ଭୁବନ ସୁମନ୍ତ କୁମାର ଦୀନବନ୍ଧୁ(୫୪)। କିନ୍ତୁ ତାଙ୍କର ପରିବାର କିମ୍ବା ଓଡ଼ିଶାର କେଉଁଠି ତାଙ୍କ ଘର, ସେ ସମ୍ପର୍କରେ କୌଣସି ସୂଚନା ପାଇପାରି ନାହିଁ ଡଲାସ ପୁଲିସ। ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସୂଚନା ଅନୁସାରେ, ଅଖିଳ ଭୁବନ ପ୍ରାୟ ୧୦ ବର୍ଷ ହେଲା ଡଲାସରେ ଏକୁଟିଆ ରହୁଥିଲେ। ପ୍ରାୟ ୫ବର୍ଷ ହେଲା ସେ ରହୁଥିବା ଘର ସାମ୍ନାରେ ଏକ ମୋଟେଲରେ ମ୍ୟାନେଜର ଭାବେ କାମ କରୁଥିଲେ। ଗତ ୧୭ ତାରିଖ ସକାଳୁ ପୁଲିସ ଅଖିଳଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରିଥିଲା। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଅଖିଳ କେବଳ ଓଡ଼ିଶାର ଲୋକ ବୋଲି ମୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇ ପାରିଥିଲେ। କିନ୍ତୁ ତାଙ୍କର ବିସ୍ତୃତ ଠିକଣା ମିଳିପାରି ନ ଥିଲା। ମୃତଦେହକୁ ସଂରକ୍ଷିତ ରଖାଯାଇଛି। ତାଙ୍କ ପରିବାର କିମ୍ବା ଘର କେଉଁ ଅଞ୍ଚଳରେ ଯଦି କେହି ଜାଣିଥାନ୍ତି ତା’ହେଲେ ସହାୟତା କରିବା ଲାଗି ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ ଅନୁରୋଧ କରିଛନ୍ତି।
ଆମେରିକାରେ ଓଡ଼ିଆ ମ୍ୟାନେଜରଙ୍କ ମୃତ୍ୟୁ, ପରିବାର ସମ୍ପର୍କରେ ମିଳୁନି ସୂଚନା
/sambad/media/post_attachments/wp-content/uploads/2020/12/f5hfs65h456fs4f5s6h4f56h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)