ଭୁବନେଶ୍ବର: ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ପୂର୍ବତନ କାର୍ଯ୍ୟକାରୀ ସଭାପତି, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସଂସ୍କୃତ ବିଦ୍ବାନ ପଣ୍ଡିତ ଦିବ୍ୟସିଂହ ମିଶ୍ରଙ୍କର ଗତକାଲି ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝିଅ ଦେବଜାୟା ମିଶ୍ର, ଡାକ୍ତର ସୁଜାତା ପ୍ରିୟଦର୍ଶିନୀ ଓ ପୁତୁରା ଅନନ୍ତ ବାସୁଦେବ ମିଶ୍ର ମିଳିତ ଭାବେ ମୁଖାଗ୍ନି ଦେଇଥିଲେ। ଜ୍ବାଇଁ ଡାକ୍ତର ଦେବାଶିଷ ସାମଲ ଉପସ୍ଥିତ ଥିଲେ।
ତାଙ୍କ ବିୟୋଗରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଯଜ୍ଞେଶ୍ବର ବାବୁ, ସଦାନନ୍ଦ ଦୀକ୍ଷିତ, ପ୍ରଫେସର ହରେକୃଷ୍ଣ ଶତପଥୀ, ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ଦୁଃଖିଶ୍ୟାମ ଦାସ, ପୂର୍ବତନ ଆଇଜି ରାଜକିଶୋର ଦାସ, ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟ, ସୀତାବଲ୍ଲଭ ମହାପାତ୍ର, ବଦ୍ରିନାଥ ପଟ୍ଟନାୟକ ଓ ମନୋଜ ଲେଙ୍କା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।