କଟକ: ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ସୁଶ୍ରୀ ଧରିତ୍ରୀ ମହାନ୍ତି(୬୯)ଙ୍କର ଭୁବନେଶ୍ବର ନୀଳାଦ୍ରିବିହାର ବାସଭବନରେ ପରଲୋକ ଘଟିଛି। ସୁଶ୍ରୀ ମହାନ୍ତି ଅବିବାହିତ ଥିଲେ। ଶେଷ ସମୟରେ ତାଙ୍କ ନିକଟରେ ଭାଇ ଭାରତୀୟ ସେନାର ଅବସରପ୍ରାପ୍ତ ଲେଫଟନାଣ୍ଟ ଜେନେରାଲ୍‌ ଜୟନ୍ତ କୁମାର ମହାନ୍ତି ଓ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ।

Advertisment

୧୯୫୪ ମସିହାରେ ବାଲେଶ୍ବର ଜିଲ୍ଲା ସୋରୋ ଇତୁଆରେ ଜନ୍ମିତ ସୁଶ୍ରୀ ଧରିତ୍ରୀ ଇଡ୍‌କୋର ପ୍ରାଶାସନିକ ଅଧିକାରୀ ଓ ଲୋକପାଳ ବିଭାଗରେ ଏଷ୍ଟାବ୍ଲିସ୍‌ମେଣ୍ଟ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବା ପରେ ରାଜସ୍ବ ଉପନିର୍ଦ୍ଦେଶକ ଭାବେ ଚାକରିରୁ ଅବସର ନେଇଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।