ବାଲିଅନ୍ତା : ବାଳକାଟିସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ବୟସ ୩୮ବର୍ଷ ଓ ତାଙ୍କ ଘର ପଟିଆ ଅଞ୍ଚଳରେ। ଦୁଇ ଦିନ ପୂର୍ବେ ସେ ଏଠାରେ ଚିକିତ୍ସା ଲାଗି ଭର୍ତି ହୋଇଥିଲେ। ଗତକାଲି ଅପରାହ୍ଣରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା ଓ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ବିଏମ୍ସି ସ୍ବର୍ଗରଥ ଅପରାହ୍ନରେ ତାଙ୍କ ମୃତଦେହକୁ ନେଇ ସତ୍ୟନଗର ଶ୍ମଶାନରେ ପହଞ୍ଚାଇଥିଲା। ଏହି ଯୁବକଙ୍କ ମୃତ୍ୟୁ ପରେ ଏହି ହସ୍ପିଟାଲରେ ମୋଟ୍ କରୋନା ମୃତ୍ୟୁ ୫୨ ହୋଇଛି। ଗତକାଲି ଏଠାରେ ଝାରପଡ଼ା ଅଞ୍ଚଳର ଜଣେ କରୋନା ରୋଗୀ ମୃତ୍ୟୁକୁ ନେଇ ଗଣ୍ଡଗୋଳ ଘଟିଥିଲା। ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟମାନେ ହସ୍ପିଟାଲରେ ଗଣ୍ଡଗୋଳ କରିବା ସହ ସୁପରଭାଇଜର୍ଙ୍କୁ ଠେଲାପେଲା କରିଥିଲେ।
ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ବାଳକାଟି କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ୫୨
/sambad/media/post_attachments/wp-content/uploads/2020/07/dead-cc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)