ଆରମ୍ଭ ହେଲା ଦେବଦାସୀ ନୃତ୍ୟ ମହୋତ୍ସବ

ଭୁବନେଶ୍ବର: ଆରମ୍ଭ ହୋଇଛି ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ସମାରୋହ। ସନ୍ଧ୍ୟାରେ ରୂପଶ୍ରୀ ମହାପାତ୍ର ମାହାରୀ ନୃତ୍ୟ ପରିବଷେଣ କରିଥିବା ବେଳେ ଅଶ୍ବତି ଶଙ୍କର ଲାଲ୍‌ ମୋହିନୀ ଆଟ୍ଟମ, ମୌମିତା ପାଲ୍‌ ଓଡ଼ିଶୀ ନୃତ୍ୟ, ଶିବାଙ୍ଗୀ ରତ୍ନ ବରୁଆ ସତ୍ରୀୟା, ଏସ୍‌ ମନସା କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। ପୂର୍ବାହ୍ନରେ ଆୟୋଜିତ ‘ନବ ଉନ୍ମେଷ’ ନୃତ୍ୟ ପ୍ରତିଭା କାର୍ଯ୍ୟକ୍ରମରେ ୪୦ ଜଣ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ।

ଏହି ଅବସରରେ ବରଗଡ଼ ଧନୁଯାତ୍ରାରେ କଂସରାଜାଙ୍କ ମନ୍ତ୍ରୀ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ତୁଲାରାମ ମହାନନ୍ଦଙ୍କୁ ‘ଲୋକନାଟ୍ୟ ଶିରୋମଣି ସମ୍ମାନ’ ପ୍ରଦାନ କରାଯାଇଥିଲା। ବିପିନ୍‌ ବିହାରୀ ସ୍ବାଇଁଙ୍କ ନିର୍ଦେଶିତ ଭଜନ ସିଡି ‘ଆଃ କି ସୁନ୍ଦର’ ଲୋକାର୍ପିତ ହୋଇଥିଲା। ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟିକା ଲତିକା ପ୍ରଧାନ, ନାଲ୍‌କୋର ପୂର୍ବତନ ପରିଚାଳନା ନିର୍ଦେଶକ ଏସ୍‌.କେ ତାମୋଟିଆ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ନିର୍ଦେଶକ ଜଗବନ୍ଧୁ ଜେନାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଶ୍ବଜିତ ବଳିୟାରସିଂହ।

ସମ୍ବନ୍ଧିତ ଖବର