ଦେବଦାସୀ ଡ୍ୟାନ୍ସ ଏକାଡେମି ପକ୍ଷରୁ ଲଉଡ଼ି ନୃତ୍ୟ

ଭୁବନେଶ୍ୱର : ଦିନକୁ ଦିନ ହଜି ହଜି ଯାଉଥିବା ଓଡ଼ିଶାର ଲୋକନୃତ୍ୟ ଲଉଡ଼ିର ଆଜି ଏକ ଅନନ୍ୟ ସନ୍ଧ୍ୟା ଦେଖିବାକୁ ମଳିଥିଲା ଭଞ୍ଜକଳା ମଣ୍ଡପରେ। ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଆୟୋଜିତ ଏହି ‘ପ୍ରତ୍ୟାବର୍ତନ ଲୋକନୃତ୍ୟ ଲଉଡ଼ି ୨୦୧୭’ରୁ  ଦର୍ଶକ ନିଆରା ଅନୁଭବ ସାଉଁଟିଥିଲେ। ଉତ୍ସବରେ ତ୍ରିନାଥ ଲଉଡ଼ି ସଂସଦର କଳାକାର ପ୍ରଭାସ ଯଜ୍ଞ ପରିବେଷଣ କରିଥିଲେ। ପଞ୍ଚସଖା ଲଉଡ଼ି ଦଳ ଜଗତସିଂହପୁର କଳାକାର  ଶ୍ରୀକୃଷ୍ଣଙ୍କ ଯୋଗୀବେଶ ଓ ଶ୍ରୀ ଅଚ୍ୟୁତ ଲଉଡ଼ି ସଂଘ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ। ଉତ୍ସବରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରଦୀପ କୁମାର ମିଶ୍ର, ବିଶିଷ୍ଟ କଥାକାର ଡ. ଗୌରହରି ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଲଉଡ଼ି ନୃତ୍ୟର ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ଶ୍ୟାମସୁନ୍ଦର ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ଗୀତିକାର ବିଜୟ ମଲ୍ଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୋମା ହୋତା ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବୀଦତ୍ତ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର