ତ୍ରିଧାରା ପକ୍ଷରୁ ଦେବସ୍ମୃତି ମହୋତ୍ସବ

ଭୁବନେଶ୍ୱର: ତ୍ରିଧାରା ପକ୍ଷରୁ ଆଜି ଭଞ୍ଜ କଳାମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ‘ଦେବସ୍ମୃତି ମହୋତ୍ସବ-୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରଫୁଲ୍ଲ ସାମଲ, ହେମରାଜ ଫିଲ୍ମର ପ୍ରଯୋଜକ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା, ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ଲକ୍ଷ୍ମୀନୃସିଂହ ଧ୍ୟାନକୁ ନୃତ୍ୟ ମାଧ୍ୟମରେ ଜି. ନାଗେଶ୍ୱରୀ, ପ୍ରଭୁତୋଷ, ଦୀପିକା, ରିତିକା, ବିଧି, ମୋକ୍ଷଦା, ରୁତୁଜା ଓ ଅନ୍ୱେଷା ଖୁବ୍‌ ସୁନ୍ଦର ଭାବେ ପରଶି ଥିଲେ। ମୋନାଲିସା, ସୁଶ୍ରୀ, ମୁସ୍କାନ ଓ ପ୍ରିୟଦର୍ଶିନୀ, ଦିବ୍ୟଶ୍ରୀ, ସଲୋନି, ଲକ୍ଷ୍ମୀପ୍ରିୟା ଓ ଶିବାନୀ, ନିଶା, ଶୁଭଶ୍ରୀ ପ୍ରଧାନ, ଦିଶା, ଶୁଭଶ୍ରୀ ପାଇକରାୟ, ପ୍ରତିଜ୍ଞାନ, ସୋନାକ୍ଷୀ, ସିମରନ, ଅଙ୍କିତା, ପ୍ରିୟାଂଶୀ ଆରାଧ୍ୟ ପତି, ସିଦ୍ଧିକ୍ଷା, ଆରାଧ୍ୟ ପ୍ରିୟଦର୍ଶିନୀ, ଶ୍ରୀଜିତା ଓ ଆରାଧ୍ୟ ଲାଲ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ସଂରଚନା ଗଜେନ୍ଦ୍ର କୁମାର ପଣ୍ଡା କରିଥିବା ବେଳେ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର