ଭୁବନେଶ୍ବର: ସତ୍ନାର ପ୍ରେଜିମ ସିମେଣ୍ଟ କାରଖାନାର ପୂର୍ବତନ ବରିଷ୍ଠ ସଭାପତି ଦେବେନ୍ଦ୍ରନାଥ ସ୍ବାଇଁଙ୍କର ପରଲୋକ ହୋଇଯାଇଛି। କିଡ୍ନି ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୬୮ବର୍ଷ ହୋଇଥିଲା।
ପୁରୀ ଜିଲ୍ଲା କାକଟପୁରସ୍ଥିତ ଭଣ୍ଡିସାହିରେ ଜନ୍ମିତ ଦେବେନ୍ଦ୍ର ଉତ୍କଳ ବିଶ୍ବବିଦ୍ୟାଳୟରୁ ଲେବର ୱେଲ୍ଫେୟାର ବିଭାଗରୁ ଏମ୍.ଏରେ ଉତ୍ତୀର୍ଣ୍ଣ ହେବା ପରେ ରାଜନନ୍ଦଗାଁଓ, ଉଜ୍ଜୟିନୀ ଓ ନାଗଦାରେ ମାନବ ସମ୍ବଳ ବିଭାଗରେ ଉଚ୍ଚ ପଦବୀରେ କାର୍ଯ୍ୟ କରି ଝାଡ଼ଖଣ୍ଡର ସତ୍ନାର ପ୍ରେଜିମ ସିମେଣ୍ଟ କାରଖାନାରୁ ବରିଷ୍ଠ ସଭାପତି ଭାବେ ଅବସର ନେଇଥିଲେ। ମରଶରୀର ନିକଟରେ ତାଙ୍କ ଧର୍ମପତ୍ନୀ, ପୁଅ, ବୋହୂ, ଝିଅ, ଜ୍ବାଇଁ ଉପସ୍ଥିତ ଥିଲେ।