ଭୁବନେଶ୍ବର ଷ୍ଟେସନ୍‌‌ର ସୌନ୍ଦୀର୍ଯ୍ୟୀକରଣ, ମୂରାଲ ଓ ପେଣ୍ଟିଂରେ ସଜେଇ ହେଉଛି

ଭୁବନେଶ୍ବର: ଷ୍ଟେସନ୍‌ର ସୌନ୍ଦର୍ଯ୍ୟୀକରଣ ଉଦ୍ଦେଶ୍ୟରେ ଏଫ୍‌ଆଇସିସିଆଇର ମହିଳା ଶାଖା ଓ ହମାରା ବଚପନ୍ ଟ୍ରଷ୍ଟର ମିଳିତ ଉଦ୍ୟମରେ ଭୁବନେଶ୍ୱର ଷ୍ଟେସନ୍‌କୁ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ପୁରୁଣା ବୁକିଂ, ପିଆର୍‌ଏସ୍‌ କାଉଣ୍ଟର୍‌ ବିଲଡିଂରେ ‘ଶକ୍ତି ସଶକ୍ତୀକରଣ’ ବିଷୟବସ୍ତୁକୁ ନେଇ ପେଣ୍ଟିଙ୍ଗ ଓ ମୂରାଲ କାର୍ଯ୍ୟ ପ୍ରସ୍ତୁତ ହୋଇଛି। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯଥା ବ୍ୟବହୃତ ପ୍ଲାଷ୍ଟିକ୍ ଚାମଚ, ପାଇପ୍, ପାଣି ବୋତଲ କ୍ୟାପ୍ ଓ ବାଲିଗୋଡ଼ି ମିଶ୍ରଣ ଆଦିରେ ପ୍ରସ୍ତୁତ ସୁନ୍ଦର ମୂରାଲ ସହିତ ପେଣ୍ଟିଙ୍ଗ କରାଯାଇଛି। ଏଫ୍‌ଆଇସିସିଆଇର ମହିଳା ଶାଖାର ରାଷ୍ଟ୍ରୀୟ ସଭାପତି ଜାହ୍ନବୀ ଫୋକାନ୍, ହାମାରା ବଚପନ୍‌ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଏଫ୍‌ଆଇସିସିଆଇର ଭୁବନେଶ୍ୱର ଶାଖା ମହିଳା ସଭାପତି ଧରିତ୍ରୀ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଶିଶୁ ସହାୟତା ଡେସ୍କର ଯତ୍ନ ନେଉଥିବା ଏଫଆଇସିସିଆଇ ଓ ହମାରା ବଚପନ୍ ଟ୍ରଷ୍ଟର ସଦସ୍ୟମାନେ ଏହି ମୂରାଲ ପ୍ରସ୍ତୁତ କରିଛନ୍ତି। ଏଥିରେ ସବୁ ସ୍ତରର ମହିଳାଙ୍କୁ ମାନ୍ୟତା ଦେବା ପାଇଁ କିଛି ବାର୍ତ୍ତା ସହିତ ଷ୍ଟେସନ୍‌କୁ ସୌନ୍ଦୀର୍ଯ୍ୟକରଣ କରିବା ଉଦ୍ଦେଶ୍ୟରେ ପେଣ୍ଟିଙ୍ଗ ହୋଇଛି।

ସମ୍ବନ୍ଧିତ ଖବର