ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟ ଲେଖିବେନି ‘ବିଶ୍ୱବିଦ୍ୟାଳୟ’ ଶବ୍ଦ

ଭୁବନେଶ୍ୱର : ଦେଶରେ ଥିବା ଡିମ୍‌ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଣିକି ଆଉ ‘ବିଶ୍ୱବିଦ୍ୟାଳୟ’ ଶବ୍ଦ ଲେଖିପାରିବେ ନାହିଁ ବୋଲି ଆଜି ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ରାୟକୁ ଲାଗୁ କରିବାକୁ କୋର୍ଟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)କୁ ନିର୍ଦେଶ ଦେଇଛନ୍ତି।

ସୁପ୍ର୍ରିମକୋର୍ଟ ଆହୁରି କହିଛନ୍ତି ଯେ, ଡିମ୍‌ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରିପାରିବେ। କିନ୍ତୁ ସେମାନେ ବିଶ୍ୱବିଦ୍ୟାଳୟ ଶବ୍ଦ ପ୍ରୟୋଗ କରିବେ ନାହିଁ। ୟୁଜିସି ଆଇନ ସେକ୍ସନ ୨୩ ଅନୁଯାୟୀ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଏବେ ଦେଶରେ ୧୧୭ଟି ଡିମ୍‌ଡି ବିଶ୍ୱବିଦ୍ୟାଳୟ ଥିବା ବେଳେ ସେଥିରୁ ଅଧିକାଂଶ ପୂର୍ଣ୍ଣାଙ୍ଗ ଘରୋଇ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଛନ୍ତି। ଓଡ଼ିଶାରେ ଦୁଇଟି ଏଭଳି ବିଶ୍ୱବିଦ୍ୟାଳୟ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ଏକ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ପତ୍ର ବିନିୟମ ଶିକ୍ଷା ପାଠ୍ୟକ୍ରମରେ ବୈଷୟିକ ଶିକ୍ଷାକୁ ବାରଣ କରିଥିଲେ।

ସମ୍ବନ୍ଧିତ ଖବର