ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ଭୁବନେଶ୍ବରରେ ପାଳନ ହେଉଛି ଦୀପାବଳି

ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ରାଜଧାନୀର ବିଭିନ୍ନ ସ୍ଥାନରେ ସବୁଜ ବାଣରେ ଦୀପାବଳି ପାଳନ ହେଉଛି। ଛୋଟ ଛୋଟ ପିଲାମାନେ ପରିବାର ସହ ଦୀପ ଜାଳି ଦୀପାବଳି ପାଳନ କରୁଛନ୍ତି। ଝୁରିଝୁରି, ଫୁଲଝରୀ, କୁମ୍ପି, ଚକ୍ରି, ଦବଦବି ଓ ରସୁଣ ବାଣ ଦ୍ବାରା ଲୋକେ କରୁଛନ୍ତି ଉତ୍ସବ ପାଳନ । ସେପଟେ ଏବର୍ଷ ଆକ୍ରମଣର କେନ୍ଦ୍ରବିନ୍ଦୁ ପାଲୋଟିଛି ବିଭିନ୍ନ ରଙ୍ଗ ବେରଙ୍ଗର ଲିଚୁ ମାଳ। ଘର ଗୁଡ଼ିକୁ ସୁନ୍ଦର ଭାବରେ ଲିଚୁମାଳରେ ସଜେଇଛନ୍ତି ଲୋକେ। ପରିବେଶ ସୁରକ୍ଷା ପାଇଁ ଏ ବର୍ଷ ଏଭଳି ଦୀପ ଓ ଲିଚୁରେ ଦିପାବଳୀ ସେଲବ୍ରେସନ କରୁଥିବା ଲୋକେ କହିଛନ୍ତି।

ବସ୍ତି ପିଲାଙ୍କ ସହ ଦୀପାବଳି ପାଲିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାସ। ଭୁବନେଶ୍ୱର ନୟାପଲ୍ଲୀ ଥାନାସ୍ଥିତ ନେହୁରୁ ବସ୍ତିରେ ପହଂଚି କୁନି କୁନି ପିଲାମାନଙ୍କୁ ମିଠା, କ୍ୟାଣ୍ଡେଲ ବଣ୍ଟନ କରିଛନ୍ତି। ଏହାସହ ବସ୍ତି ପିଲାମାନେ ବିଭିନ୍ନ ନାଚ-ଗୀତ ଗାଇ ମନୋରଞ୍ଜନ କରି ସବୁଜ ଦୀପାବଳି ପାଳିଛନ୍ତି । ବସ୍ତିକୁ ଚାଲ ଅଭିଯାନର ଏହା ଅଂଶ ବିଶେଷ ରହିଛି । ବସ୍ତି ପିଲାମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ପୁଲିସ କର୍ମଚାରୀ ଏବଂ ସମସ୍ତେ କିଭଳି ସବୁଜ ଦୀପାବଳି ପାଳିବେ ସେନେଇ ପୁଲିସ କମିସନର ବାର୍ତ୍ତା  ଦେଇଛନ୍ତି ।

ସମ୍ବନ୍ଧିତ ଖବର