ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ବିଜେପି ସାଂସଦ ପ୍ରବେଶ ବର୍ମାଙ୍କୁ ବିଜେପିର ତାରକା ପ୍ରଚାରକ ତାଲିକାରୁ ହଟାଇବାପାଇଁ ନିର୍ଦ୍ଦେଶ ଦେବାପରେ ନିର୍ବାଚନ କମିସନ୍ (ଇସି) ଆଜି ଏହି ଦୁଇ ନେତାଙ୍କ ବିରୋଧରେ କଟକଣା ଲଗାଇଛନ୍ତି। ଇସି ଆଜି ଅନୁରାଗ ଠାକୁରଙ୍କ ବିରୋଧରେ ୭୨ ଘଣ୍ଟାର ନିର୍ବାଚନୀ କଟକଣା ଲଗାଇଛନ୍ତି ଏବଂ ପ୍ରବେଶ ବର୍ମାଙ୍କ ବିରୋଧରେ ୯୬ ଘଣ୍ଟାର କଟକଣା ଲଗାଇଛନ୍ତି। ଉଭୟ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମା ନିର୍ବାଚନୀ ରୢାଲି ସମୟରେ ଦେଇଥିବା ବିବାଦୀୟ ବୟାନ ପାଇଁ ସେମାନଙ୍କୁ ପ୍ରଚାରରୁ ବାରଣ କରାଯାଇଛି। ଅନୁରାଗ ଠାକୁର ଗତ ସୋମବାର ଦିନ ଏକ ନିର୍ବାଚନୀ ରୢାଲିରେ କହିଥିଲେ ଯେ ଦେଶଦ୍ରୋହୀଙ୍କୁ ଗୁଳି କରି ମାରିଦିଅ। ସେହିପରି ପ୍ରବେଶ ବର୍ମା ଶାହିନ ବାଗ୍ ଆନ୍ଦୋଳନକାରୀଙ୍କ ବିରୋଧରେ କଡ଼ା ମନ୍ତବ୍ୟ ରଖି କହିଥିଲେ ଯେ ଏମାନେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଦେବେ। ପ୍ରବେଶ ବର୍ମା ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଆତଙ୍କବାଦୀ କହିଛନ୍ତି। ଫଳରେ ଦୁଇ ନେତାଙ୍କ ବିରୋଧରେ ନିର୍ବାଚନୀ କଟକଣା ଲଗାଯାଇଛି। ଅନୁରାଗ ଠାକୁରଙ୍କ ବୟାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ତାଙ୍କଠାରୁ ଜବାବ ମାଗିଛନ୍ତି।
ଦିଲ୍ଲୀ ବିଧାନସଭା ନିର୍ବାଚନ: ଅନୁରାଗ ଠାକୁର, ପ୍ରବେଶ ବର୍ମାଙ୍କ ବିରୋଧରେ ନିର୍ବାଚନ କଟକଣା
/sambad/media/post_attachments/wp-content/uploads/2020/01/5f4jk98f7j98fj5gfj465gjdgdgdgdgdgdgdgdgdgdgdgdgdgdgdgdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)