ଭୁବନେଶ୍ବର: ଓଡ଼ିଶାର ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ‘ମୋ ସ୍କୁଲ ଅଭିଯାନ’କୁ ଦିଲ୍ଲୀସ୍ଥିତ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆରଟି) ପ୍ରତିନିଧିଦଳ ପ୍ରଶଂସା କରିଛି। ଏସ୍‌ସିଇଆରଟି ନୋଡାଲ ଅଫିସର୍‌ ପ୍ରୀତି ଖତ୍ରିଙ୍କ ନେତୃତ୍ବରେ ଆସିଥିବା ଏହି ୧୦ଜଣିଆ ପ୍ରତିନିଧିଦଳ ଆଜି ମୋ’ ସ୍କୁଲ ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ଆକାଂକ୍ଷୀ କାର୍ଯ୍ୟକ୍ରମକୁ ପ୍ରଶଂସା କରି ପ୍ରତିନିଧିମାନେ କହିଛନ୍ତି ଯେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ କରିବାରେ ଏହା ବେଶ୍‌ ସହାୟକ ହେବ। ଏହି ଗସ୍ତ ସମୟରେ ମୋ’ ସ୍କୁଲ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ଓ ମୋ ସ୍କୁଲ ଟିମ୍‌ ସହ ଆଲୋଚନା କରିଥିଲେ।