ଭୁବେଶ୍ବର: କୋଲକାତା ରେସିଡେଣ୍ଟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଦେଶ ତମାମ ଡାକ୍ତର ସଂଘ ତଥା ଅନ୍ୟ ଅନେକ ସଂଗଠନ ଭିନ୍ନ ଭିନ୍ନ ସ୍ତରରେ ପ୍ରତିବାଦ ଜାରି ରଖିଛନ୍ତି। ଏହି ସ୍ପର୍ଶକାତର ମାମଲାର ତଦନ୍ତ ସିବିଆଇ କରୁଥିବାବେଳେ ଡାକ୍ତରମାନେ ସୁରକ୍ଷା ଦାବି କରିଛନ୍ତି। ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସରକାରୀ ହସ୍ପିଟାଲଗୁଡ଼ିକର ସୁରକ୍ଷାକୁ ବଢ଼ାଇବାପାଇଁ ନିର୍ଦେଶ ଦିଆଯାଇଛି। ଆଜି କ୍ୟାପିଟାଲ ହସ୍ପିଟାଲ ରେସିଡେଣ୍ଟ ଡାକ୍ତରମାନେ ମଧ୍ୟ ପୁଲିସ କମିସନରଙ୍କୁ ଭେଟି ହସ୍ପିଟାଲରେ ସୁରକ୍ଷା ବଢ଼ାଇବାପାଇଁ ଦାବି କରି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ ଡାକ୍ତରୀ ପେସାରେ ଥିବା ଲୋକଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବାପାଇଁ ପଦକ୍ଷେପ ନିଆଯାଉ। ହସ୍ପିଟାଲରେ ପୁଲିସ ସୁରକ୍ଷାକୁ ଆହୁରି ବଢ଼ାଯାଉ। ଏ ପ୍ରସଙ୍ଗରେ ପୁଲିସ କମିସନର ସଂଜୀବ ପଣ୍ଡା କହିଛନ୍ତି, ହସ୍ପିଟାଲର ସୁରକ୍ଷା ପାଇଁ ସ୍ବତନ୍ତ୍ର ଫାଣ୍ଡି ରହିବାସହ ଫୋର୍ସ ମଧ୍ୟ ରହିଛନ୍ତି। ଦରକାର ପଡ଼ିଲେ ପୁଲିସ ପାଟ୍ରୋଲିଂକୁ ଆହୁରି ବଢ଼ାଯିବ ବୋଲି କମିସନର ଦାବିପତ୍ର ଦେବାକୁ ଆସିଥିବା ଡାକ୍ତରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
କ୍ୟାପିଟାଲ୍ ହସ୍ପିଟାଲ୍ରେ ଡାକ୍ତରଙ୍କ ସୁରକ୍ଷା ବଢ଼ାଇବାକୁ ଦାବି: ପୁଲିସ କମିସନରଙ୍କୁ ଭେଟିଲେ ରେସିଡେଣ୍ଟ ଡାକ୍ତର
/sambad/media/post_attachments/wp-content/uploads/2023/10/capitalhospital.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)