ଠିକ୍ ସମୟରେ ଦରମା ପ୍ରଦାନ ଦାବି: ଓଡ଼ିଶା ଆଶାକର୍ମୀ ସଂଘର ଧାରଣା

ଭୁବନେଶ୍ବର: ଠିକ୍ ସମୟରେ ଦରମା ପ୍ରଦାନ, ଗର୍ଭବତୀ, ପ୍ରସୂତିଙ୍କୁ ଉଚିତ ସେବା ପ୍ରଦାନ, ପ୍ରସୂତିମାନଙ୍କଠାରୁ ବେଆଇନ ଅର୍ଥ ଆଦାୟ ବନ୍ଦ, ଆଶାକର୍ମୀଙ୍କୁ ଅସମ୍ମାନିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଲେବର ରୁମ୍‌ରେ ପ୍ରବେଶ, ରୋଗୀ ପଞ୍ଜୀକରଣରେ ଆଶାକର୍ମୀଙ୍କ ନାମ ଅନ୍ତର୍ଭୁକ୍ତ ଦାବିରେ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ପ୍ରଶାସନିକ ବିଭାଗ ଆଗରେ ଧାରଣା ଦିଆଯାଇଛି।

ରାଜ୍ୟ ସଭାପତି ଲୋଭାକାନ୍ତ ସ୍ବାଇଁଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଡାକ୍ତରଖାନା ନିର୍ଦ୍ଦେଶକ ଓ ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ୬ଦଫା ଦାବିପତ୍ର ପ୍ରଦାନ କରିଥିଲେ। ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଦାବି ଗୁଡ଼ିକକୁ ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଆଶାକର୍ମୀମାନେ ଆନ୍ଦୋଳନରୁ ଓହରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଧାରମଣ ଷଡ଼ଙ୍ଗୀ, ଉପସଭାପତି ସୁରେଶ ସ୍ବାଇଁ, ଭୁବନେଶ୍ବର ଆଞ୍ଚଳିକ କମିଟି ସଂପାଦିକା ସବିତା ପ୍ରତାପ ସିଂ, ସରସ୍ବତୀ ବେହେରା, ପିଙ୍କି ପ୍ରଧାନ, ନୟନା ନାୟକ, ନିବାସୀ ଜେନା, ମୀନତି ହାତୀ, ଚନ୍ଦ୍ରକଳା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର