ଭେଣ୍ଡିଂ ଜୋନ୍‌ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ଉ‌ଚ୍ଛେଦ କରା ନ ଯାଉ

ଭୂବନେଶ୍ୱର: ବିଏମ୍‌ସି ଯେ ପର୍ଯ୍ୟନ୍ତ ଥଇଥାନ ପାଇଁ ଭେଣ୍ଡିଂ ଜୋନ୍‌ ନ କରିଛନ୍ତି, ସେ ଯାଏଁ ଉଠା ଦୋକାନୀଙ୍କୁ ଉଚ୍ଛେଦ ନ କରିବାକୁ ମା’ ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ପକ୍ଷରୁ ନିବେଦନ କରାଯାଇଛି। ୨୨ ତାରିଖ ସନ୍ଧ୍ୟାରେ ମା’ ଖଣ୍ଡୁଆଳି ଦେବୀ ପୀଠରେ ଏକ ସଭା ପୂର୍ବତନ କାଉନ୍‌ସିଲର ତଥା ସଂଘର ସଭାପତି ରମାନାଥ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାସ୍ତା ପାର୍ଶ୍ୱ ଉଠା ଦୋକାନୀ ମହାସଂଘର ରାଜ୍ୟ ସଭାପତି ସାମ୍ବାଦିକ ମହେଶ୍ୱର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସଭାପତି ଶୁଭ୍ରାଂଶୁ ପଟ୍ଟନାୟକ, ଧୀରେନ୍ଦ୍ର ସ୍ବାଇଁ, ମନମୋହନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ସମସ୍ତ ସଭ୍ୟ ସଂପ୍ରତି ଦେଖା ଦେଇଥିବା ସମସ୍ୟାର ଆଶୁ ସମାଧାନ ଉପରେ ଗୁରୁତ୍ବ ଆରୋପ କରିଥିଲେ।

ଏହି ଅବସରରେ ମା’ ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘର ସଭ୍ୟ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ବଳ ଚିହ୍ନଟ ପତ୍ର ପ୍ରଦାନ କରିଥିଲେ। ଏହି ପ୍ରମାଣ ପତ୍ରକୁ ସଂଘୀୟ ଶୃଙ୍ଖଳା ରକ୍ଷା କରିବା ପାଇଁ ନିଜ ନିଜ ଦୋକାନରେ ଟାଙ୍ଗିବା ପାଇଁ ପରାମର୍ଶ ଦିଆଯାଇଥିଲା ଶେଷରେ ସଂପାଦକ ପି. ରଂଜନ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର