ଏସିଡ୍‌ ପୀଡ଼ିତାଙ୍କ ପାଇଁ ଚାକିରିରେ ସ୍ଥାନ ସଂରକ୍ଷଣ ରହୁ

‘କନ୍ୟା ଅନମୋଲ ହୈ’ର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ‘କନ୍ୟା ଅନମୋଲ ହୈ’ର ପ୍ରତିଷ୍ଠା ଦିବସ ଆଜି ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ସରୋଜ କୁମାର ଦାଶ ଯୋଗ ଦେଇ ଓଡ଼ିଶାରେ ଏସିଡ ପୀଡ଼ିତାଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ଏକ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଦାବି କରିଥିଲେ। ତା’ସହିତ ସଂଗଠନ ପକ୍ଷରୁ ନାରୀ ନିର୍ଯାତନାକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ସଚେତନତା ଭିଡିଓ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ନୂଆ ସଦସ୍ୟ ଭାବେ ୪୮୮ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ପବିତ୍ର ମହାଲା, ୬୬୨ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକ, ଶିକ୍ଷକ ନେତା ଶତାବୁଦ୍ଦିନ ଅହମ୍ମଦ, ଅଭିନେତ୍ରୀ ଆହାନା ବରାଳ, ଯୁବ କଂଗ୍ରେସ ଲିଗାଲ୍‌ ସେଲ ଅଧ୍ୟକ୍ଷ ଦେବାଶିଷ ମହାପାତ୍ର, ସାମ୍ବାଦିକ ସୁଜାତା ମହାପାତ୍ର, ସାମ୍ବାଦିକ ଉମାକାନ୍ତ ବସନ୍ତରା, ଛାତ୍ରୀ ଦେବସ୍ମିତା ଦାଶ, ଛାତ୍ରନେତା ବିଶ୍ୱଜିତ ମହାନ୍ତି, ତ୍ରିଲୋଚନ ତରାଇ, ମଧୁସ୍ମିତା ନାୟକ, ରୋଜା ଘୋଷ ଓ ସ୍ୱୀକୃତି ମିଶ୍ର ପ୍ରମୁଖ ଯୋଗଦେଇ ନାରୀ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ପ୍ରତିଷ୍ଠାତା ସସ୍ମିତା ଦାଶ, କାର୍ଯ୍ୟକାରୀ ସଭାପତି ମେଘା କାନୁନ୍‌ଗୋ, ଅର୍ପିତା ବଡ଼ଜେନା, ସଂଯୋଜକ ସାଗର ଦାସ, ପଶ୍ଚିମ ଓଡ଼ିଶା ସଂଯୋଜକ ସୂର୍ଯ୍ୟ ନାରାୟଣ ମହାନ୍ତି, ପ୍ରଭଞ୍ଜନ ମିଶ୍ର, ତପସ୍ୱିନୀ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଜେନା, ରମାକାନ୍ତ ପ୍ରଧାନ, ସସ୍ମିତା ରଥ, ପ୍ରତୀକ୍ଷା ଆଚାର୍ଯ୍ୟ ଓ ସୋନାଲି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମାଜସେବୀ ଅମୀୟବାଳା ପରିଡ଼ା ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର