ପୁରୁଣା ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିତାଡ଼ିତ କରିବାକୁ ଦାବି କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ଏବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ହବ୍ ପାଲଟିଛି। ଖାରବେଳନଗର ମାଳିସାହିରେ ପ୍ରାୟ ୫ହଜାର ଅନୁପ୍ରବେଶକାରୀ ରହୁଛନ୍ତି। ପୁରୁଣା ଷ୍ଟେସନ ବଜାର ଚମ୍ପା ପୋଖରୀ ଫାଳିକିଆବସ୍ତି ରେଳଲାଇନ୍ କଡ଼ରେ ହଜାର ହଜାର ବାଂଲାଦେଶୀ  ଆଡ୍ଡା ଜମାଇଛନ୍ତି। ସେହିଭଳି ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତି, ଫୁଲବସ୍ତା, ଝାଡ଼ପଡ଼ା ବମିଖାଲ ଅଞ୍ଚଳରେ ଏମାନେ ସରକାରୀ ଜାଗା ମାଡ଼ିବସି ଘର ବନାଇଛନ୍ତି। ପାତ୍ରପଡ଼ା ଓ ଡୁମୁଡୁମା ଅଞ୍ଚଳରେ ରହମ୍ମତନଗର ନାମକ ଏକ କଲୋନି ବନାଇଛନ୍ତି। ସାଲିଆସାହି ଶିଖରଚଣ୍ଡି ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ। ତେଣୁ ସେମାନଙ୍କୁ ଚିହ୍ନଟ କରି ଭୋଟ ପରିଚୟ ପତ୍ର, ଆଧାର କାର୍ଡ ବାତିଲ୍ କରିବାକୁ ଦାବି କରାଯାଇଛି।