ବାଲିଅନ୍ତା: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ସହ ସଂସଦ ଭବନ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଉତ୍କଳ ଗୌରବ ମଧୁସୂଦନ ନାମରେ ଟ୍ରେନ୍‌ ଚଳାଇବା ପାଇଁ ଦାବି କରାଯାଇଛି। ଏନେଇ ପୁଣି ଅଲ୍‌ ଓଡ଼ିଶା ଲୟର୍ସ ଫୋରମ୍‌ର ଏକ ପ୍ରତିନିଧିଦଳ ବାଲିଅନ୍ତା ଅଞ୍ଚଳରେ ଦସ୍ତଖତ ସଂଗ୍ରହ ଅଭିଯାନ କରିଛି।

Advertisment

ଫୋରମ୍‌ର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତା ଓ ସୁରେଶ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା ଭୁବନେଶ୍ୱର ଓକିଲ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ, ସରୋଜ ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟା ଅମ୍ରିତା ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଯୁବକ ସାମିଲ ହୋଇଥିଲେ।