ଗୋଶାଳା ଥଇଥାନ ପାଇଁ ଦାବି

ଖଣ୍ଡଗିରି : ହୋଟେଲ ସୌନ୍ଦର୍ଯ୍ୟୀକରଣରେ ବଳି ପଡ଼ିବାକୁ ଯାଉଥିବା ଆଇଗିଣିଆସ୍ଥିତ ଗୋଶାଳାର ବିକଳ୍ପ ସ୍ଥାନ ବ୍ୟବସ୍ଥା ପାଇଁ ଦାବି କରିଛି ଗୋ ସେବା ଯୁବସଂଘ। ଏଥିପାଇଁ ଦୃଷ୍ଟି ନଦେଲେ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ସଂଘ କହିଛି ଯେ ପ୍ରାୟ ୪ ବର୍ଷ ହେଲା ଏଠାରେ ବୁଲା ଗାଈଗୋରୁଙ୍କୁ ଚିକିତ୍ସା ଯୋଗାଇବା ସହିତ ସେମାନଙ୍କୁ ସୁରକ୍ଷିତ ଭାବରେ ରଖାଯାଉଛି। ରାଜଧାନୀର ଉନ୍ନତୀକରଣ ପାଇଁ ଗୋଶାଳା ଉଚ୍ଛେଦକୁ ବିରୋଧ ନାହିଁ। କିନ୍ତୁ ଗୋରୁଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ଦୃଷ୍ଟି ଦିଆନଗଲେ, ଏଠାରେ ଥିବା ୧୫ ଗୋରୁ କୁଆଡ଼େ ଯିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସାମାଜିକ କର୍ମୀ ଅପର୍ତ୍ତି ସୁନ୍ଦରରାୟ କହିଛନ୍ତି ଯେ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରୁ ଗାଈଗୋରୁମାନଙ୍କୁ ଏଠାରେ ଚିକିତ୍ସା ବ୍ୟବସ୍ଥା କରାଯାଏ। ବର୍ତ୍ତମାନ ଯେଉଁଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି, ପ୍ରତିଦିନ ବହୁ ବୁଲା ଗୋରୁ ଗାଡ଼ି ଚକା ତଳେ ଆସି ଆହତ ହେଉଛନ୍ତି। ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଉ ନାହିଁ। ତେଣୁ ଏଭଳି ଗୋଶାଳାର ଆବଶ୍ୟକତା ରହିଛି। ତେଣୁ ଗୋଶାଳା ପାଇଁ ବିକଳ୍ପ ସ୍ଥାନ ଯୋଗାଇ ଦେବାକୁ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର