ଶ୍ରମିକର ଅଧିକାର ଓ ଜୀବିକା ବଞ୍ଚାଇବା ଦାବି, କ୍ରାନ୍ତି ଦିବସରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: ଶ୍ରମିକର ଅଧିକାର ଓ ଜୀବିକା ବଞ୍ଚାଇବା ଦାବିରେ କ୍ରାନ୍ତି ଦିବସ ଉପଲକ୍ଷେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାରା ଦେଶରେ କରୋନା ମହାମାରୀ ଯୋଗୁଁ ୨ କୋଟିରୁ ଅଧିକ ଲୋକ ଜୀବିକା ହରାଇଥିବା ବେଳେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଏହି ଅବସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଅଭିଯୋଗ କରିଛନ୍ତି।

ରାଷ୍ଟ୍ରାୟତ୍ତ ସଂପତ୍ତିକୁ କର୍ପୋରେଟମାନଙ୍କୁ ବିକ୍ରି କରିବା, କୋଭିଡ୍‌ ଯୋଦ୍ଧାମାନଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ନଦେବା, ଶ୍ରମିକମାନଙ୍କର ଅଧିକାରକୁ ଅଧ୍ୟାଦେଶ ମାଧ୍ୟମରେ ଦମନ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରି ନ ପାରିବା ଓ ସାମ୍ବିଧାନିକ ଆଧାରିତ ନୀତି ନିୟମ କାର୍ଯ୍ୟକାରୀ ହୋଇନଥିବାରୁ ୮ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ କ୍ରାନ୍ତି ଦିବସରେ ଭାରତ ବଞ୍ଚାଅ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ମଦନ ମୋହନ ଧଳ, ଶ୍ୟାମସୁନ୍ଦର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ସତ୍ୟବ୍ରତ ନାୟକ, ପ୍ରଣତି ମିଶ୍ର, ଅକ୍ଷୟ ତ୍ରିପାଠୀ, ବିଜୟ ଜେନା, ରାମକୃଷ୍ଣ ପଣ୍ଡା, ସୁର ଜେନା, ବୀରେନ୍ଦ୍ର ପ୍ରତାପ ଦାସ, ଦୁଷ୍ମନ୍ତ ଦାସ, ରମେଶ ଜେନା, ସୁର ରାଉତରାୟ, ନିରଞ୍ଜନ ମହାନ୍ତି, ମହେନ୍ଦ୍ର ପରିଡ଼ା, ରାଧାକାନ୍ତ ସେଠୀ, ଜ୍ୟୋତିରଞ୍ଜନ ମହାପାତ୍ର, ପରିଲତା ମହାପାତ୍ର ଏବଂ ସିଲି ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର