ଜୟନ୍ତୀ ପୂର୍ବରୁ ମଧୁବାବୁଙ୍କ ପ୍ରତିମୂର୍ତି ସଜାଡ଼ିବାକୁ ଦାବି

ଭୁବନେଶ୍ବର : ଆସନ୍ତା ୨୮ ତାରିଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ରାଜଧାନୀ ଭୁବନେଶ୍ୱରରେ ରାଜଭବନ ସମ୍ମୁଖରେ ବରପୁତ୍ରଙ୍କ ଏକମାତ୍ର ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଜୟନ୍ତୀ ଦିନ ଉତ୍କଳ ସମ୍ମିଳନୀ ସହ ରାଜ୍ୟର ବହୁ ଅନୁଷ୍ଠାନ ଓ ରାଜନୈତିକ ଦଳ ପକ୍ଷରୁ ଏଠାରେ ମାଲ୍ୟାର୍ପଣ କରାଯାଇ ବରପୁତ୍ରଙ୍କ ଜୟନ୍ତୀ ପାଳନ କରାଯାଏ। ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ ଏହି ପ୍ରତିମୂର୍ତିଟି ଭଗ୍ନ ଅବସ୍ଥାରେ ଅଛି। ଏହାକୁ ସଜାଡ଼ିବା ପାଇଁ ଫେବ୍ରୁଆରି ୪ ତାରିଖରେ ଉତ୍କଳ ଗୌରବଙ୍କ ତିରୋଧାନ ଦିବସ ପୂର୍ବରୁ ଅନୁରୋଧ କରାଯାଇଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ୨୮ ତାରିଖ ପୂର୍ବରୁ ଏହି ପ୍ରତିମୂର୍ତିକୁ ସଜାଡ଼ିବା ପାଇଁ ଉତ୍କଳ ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର