ଦେବୀଦୁର୍ଗା ଜୁଏଲାରି ମାଲିକଙ୍କୁ ଗୁଳିମାଡ଼ ଘଟଣା: ଡେମୋ ଦେଖାଇଲେ ରାଜେଶ ଓ ରବୀନ

ଭୁବନେଶ୍ବର : ଚକରା ଗ୍ୟାଙ୍ଗ୍‌ର ମୁଖିଆ ରାଜେଶ ମହାପାତ୍ର କୋର୍ଟରେ ଆତ୍ମସମର୍ପଣ କରି ୫ଦିନଆ ରିମାଣ୍ଡରେ ଆସିଥିବା ‌ବେଳେ ପୁଲିସ ତା’ଠାରୁ ଅନେକ ତଥ୍ୟ ହାତେଇଛି। ସେ କିଭଳି ଅପରାଧ ଘଟାଇ ରାଜଧାନୀରେ ଆତଙ୍କ ଖେଳାଉଥିଲା ଗୋଟିଏ ପରେ ଗୋଟିଏ ଅପରାଧିକ କାଣ୍ଡର ଗୁମର ଖୋଲୁଛି। ସେ, ରବୀନ ଶତପଥୀ ଏବଂ ସେମାନଙ୍କ ସହଯୋଗୀ କିଭଳି ସାମନ୍ତରାପୁର ସ୍ଥିତ ଦେବୀଦୁର୍ଗା ଜୁଏଲାରିରୁ ଲୁଟ୍‌ପାଇଁ ଯୋଜନା କରିଥିଲେ। ଜୁଏଲାରି ମାଲିକ ଓ ତାଙ୍କ କର୍ମାରୀଙ୍କୁ ଗୁଳିକରିଥିଲେ। ଆଜି ତା’ର ଡେମୋ ପୁଲିସକୁ ଦେଖାଇଛନ୍ତି।

ଘଟଣା ଦିନ ୩ଟି ବାଇକ୍‌ରେ ରାଜେଶ, ରବୀନ, ପ୍ରକାଶ ଏବଂ ଅନ୍ୟ ସହଯୋଗୀ ଆସି ଜୁଏଲାରି ସମ୍ମୁଖରେ ଚକ୍କର କାଟିଥିଲେ। ଜୁଏଲାରି ମାଲିକ ପ୍ରଶାନ୍ତ ସାହୁ, ତାଙ୍କ ଭାଇ, ମ୍ୟାନେଜର ରାଜେନ୍ଦ୍ର ସାହୁ ଜୁଏଲାରି ବନ୍ଦ କରି ଘରକୁ ବାହାରୁଥିବା ବେଳେ ପ୍ରଥମେ ରାଜେଶ ସେମାନଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲା। ତା’ପରେ ପ୍ରକାଶ ନାୟକ ଆଉ ୩ ରାଉଣ୍ଡ ଗୁଳିମାଡ଼ କରିଥିଲା। ପ୍ରଶାନ୍ତ, ରାଜେନ୍ଦ୍ରଙ୍କ ଗୋଡ଼ରେ ଗୁଳିବାଜିବା ପରେ ସେମାନେ ଭୟରେ ଜିନିଷପତ୍ର ଫୋପାଡ଼ି ପଳାଇଥିଲେ। ଏହାପରେ ରାଜେଶ ଓ ତା’ର ସହଯୋଗୀମାନେ ଏକ ଟିଫିନ୍‌ ବାକ୍ସ ଧରି ସିଧା ଲିଙ୍ଗିପୁର ଦୟ‌ାନଦୀପଠା ଆଡ଼କୁ ପଳାଇଥିଲେ। ସେଠାରେ ଟିଫିନ୍‌ ବାକ୍ସ ଖୋଲିବାରୁ ସେଥିରି କିଛି ନପାଇ ଫୋପାଡ଼ି କେଶୁରା ଆଡ଼କୁ ଚାଲିଯାଇଥିଲେ। ସିନ୍‌ ରିକ୍ରିଏସ୍‌ନ ବେଳେ ଅଭିଯୁକ୍ତମାନେ ଟିକ୍‌ନିକ୍‌ ଘଟଣା ଦେଖାଇଥିଲେ।

ସମ୍ବନ୍ଧିତ ଖବର