ସାଇକ୍ଲୋଥନ୍‌ ପୂର୍ବରୁ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଭଙ୍ଗାରୁଜା, ଧର୍ମେନ୍ଦ୍ରଙ୍କ ସଂସ୍ଥାକୁ କୋଟିଏ ଟଙ୍କା ଜରିମାନା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିିୟମରେ ଫେବ୍ରୁଆରି ୪(ରବିବାର)ରେ ଆୟୋଜନ ହେବାକୁ ଥିବା ସାଇକ୍ଲୋଥନ୍‌ ପୂର୍ବରୁ କଳିଙ୍ଗ ଷ୍ଟାଡ଼ିୟମର ଲାଗିଥିବା ଏକ ଷ୍ଟଲରେ ପ୍ରବଳ ଭଙ୍ଗାରୁଜା ଓ ଉତ୍ତେଜନା ଦେଖାଯାଇଛି। କିଟ୍‌ ନ ମିଳିବାରୁ ଶନିବାର ସନ୍ଧ୍ୟାରେ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଯୁବକମାନେ ଏହି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସାଇକ୍ଲୋଥନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। ସାଇକ୍ଲୋଥନ କଳିଙ୍ଗ ଷ୍ଟାଡ଼ିୟମରୁ ବାହାରି ରାମମନ୍ଦିର ଦେଇ ଶିଶୁ ଭବନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆୟୋଜନକାରୀ ସଂସ୍ଥା ଉପରେ କୋଟିଏ ଟଙ୍କାର ଜରିମାନା ଦାଖଲ କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି। ବିଏମ୍‌ସି ଡେପୁଟି କମିସନର(ରାଜସ୍ୱ) ସୂଚନା ଦେଇଛନ୍ତି, ନୋ-ହୋର୍ଡ଼ିଂ ଜୋନରେ ହୋର୍ଡ଼ିଂ ଲଗାଯାଇଥିବାରୁ ସଂପୃକ୍ତ ସଂସ୍ଥାକୁ ଏହି ଜରିମାନା ହୋଇଛି।

ସମ୍ବନ୍ଧିତ ଖବର