ଓଭର ବ୍ରିଜ୍‌ ନିକଟରୁ ଜବର ଦଖଲ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର : ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ ପୋଖରୀପୁଟ୍‌ ଓଭର ବି୍ରଜ୍‌ ଅଞ୍ଚଳରେ ଥିବା ସରକାରୀ ଜମିରୁ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ସେଠାରେ ଥିବା ୬ଟି ଆଜେବେଷ୍ଟେସ୍‌ ଘର, ୨ଟି ଛାତ ଘର, ୪ଟି ଅସ୍ଥାୟୀ ଝୁମ୍ପୁଡ଼ି ଘର, ୨ଟି କ୍ୟାବିନ୍‌କୁ ଉଚ୍ଛେଦ କରାଯାଇଛି। ସେହିପରି ପୋଖରୀପୁଟ୍‌ ଛକରେ ଥିବା ଖଣ୍ଡୁଆଳ ମନ୍ଦିରକୁ ମଧ୍ୟ ଉଚ୍ଛେଦ କରାଯାଇଛି। ମଳିଥିବା ସୂଚନା ଅନୁଯାୟୀ ପୋଖରୀପୁଟ୍‌ ଓଭରବ୍ରିଜ୍‌ କାମ ପ୍ରାୟ ଶେଷ ହୋଇଥିବା ବେଳେ ଚଳିତ ମାସରେ ଏହା ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ବ୍ରିଜ୍‌ ନିକଟରେ ଜବରଦଖଲ ହୋଇଥିବାରୁ ଏନେଇ ଆଜି ସାଧାରଣ ପ୍ରଶାସନ, ବିଏମ୍‌ସି, ବିଡିଏର ମିଳିତ ସ୍କ୍ଵାଡ୍‌ ଓ ପୁଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ହୋଇଥିଲା। ତେବେ ଏହି ମନ୍ଦିର ଉଚ୍ଛେଦ ବେଳେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର