ଜବରଦସ୍ତି ବୁଲଡୋଜର ଲଗାଇ ସମାଧିକୁ ଭଙ୍ଗାଯାଇଛି: ଇସ୍କନ

ଭୁବନେଶ୍ୱର: ଜବରଦସ୍ତି ବୁଲଡୋଜର ଲଗାଇ ସମାଧିକୁ ଭଙ୍ଗାଯାଇଛି ବୋଲି ରବିବାର ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଭିଯୋଗ ଆଣାଯାଇଛି। ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍କନ ଲିଗାଲ ସେଲ୍‌ ପକ୍ଷରୁ କୁହାଯାଇଛି ଯେ, ପୁଲିସ ସହିତ ଧସ୍ତାଧସ୍ତି ଘଟଣାରେ ଇସ୍କନର କୌଣସି ସଂପୃକ୍ତି ନାହିଁ। କେବଳ ମିଛଟାରେ ଇସ୍କନକୁ ବଦନାମ କରାଯାଇଛି। ମନ୍ଦିର ପରିସରରେ ଥିବା ସମାଧିକୁ ସ୍ଥାନାନ୍ତର କରିବା ପାଇଁ ସମୟ ଦିଆଯାଇ ନଥିଲା। ଜବରଦସ୍ତି ବୁଲଡୋଜର ଲଗାଇ ସମାଧିକୁ ଭଙ୍ଗାଯାଇଛି।

ପ୍ରେସ୍‌ମିଟ୍‌ରେ ଲିଗାଲ ସେଲ୍‌ କହିଛି, ଇସ୍କନ ଜମି ବିବାଦ ମାମଲା ହାଇକୋର୍ଟରେ ବିଚାରଧୀନ ଅଛି। ଏନ୍‌ଏଚ୍‌ଏଆଇ ଅଧିଗ୍ରହଣ କରିଥିବା ଜମିର କ୍ଷତିପୂରଣ ଦେଇ ନାହିଁ। ଜମି ବାବଦ ୪୩ ଲକ୍ଷ ଟଙ୍କା କ୍ଷତି ପୂରଣ ଇସ୍କନକୁ ମିଳି ନାହିଁ। ଏହାକୁ ନେଇ ହାଇକୋର୍ଟରେ କେସ୍‌ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନ୍‌ଏଚ୍‌ଏଆଇ କ୍ଷତିପୂରଣ ଦେଇ ନାହିଁ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷା ଋତୁର ପ୍ରଥମ ଲଘୁଚାପର ଏକ ଘଣ୍ଟା ବର୍ଷାରେ ବନ୍ୟାଜଳ ନିଷ୍କାସିତ ହୋଇ ନ ପାରିବାରୁ ଇସ୍କନ ମନ୍ଦିର ସମ୍ମୁଖରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଏମସି, ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟରେ ଟଣାଓଟରା ଲାଗିଥିଲା। ଇସ୍କନମନ୍ଦିରର ସମ୍ମୁଖଭାବରେ କିଛି ଅଂଶରେ ବେଆଇନ ଅସ୍ଥାୟୀ ନିର୍ମାଣ ଯୋଗୁଁ ବର୍ଷା ଜଳ ନିଷ୍କାସନରେ ସମସ୍ୟା ଉପୁଜୁଥିବା ବିଏମସି ପକ୍ଷରୁ କୁହାଯାଇଥିଲା। ବିଏମସି ଏ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା।

ସମ୍ବନ୍ଧିତ ଖବର