ଭୁବନେଶ୍ବର : ସହିଦନଗର ଅଞ୍ଚଳରେ ଆଜି ବିଭିନ୍ନ ସ୍ଥାନରେ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ରମାଦେବୀ ବିଶ୍ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ୱାର୍ଡ ନଂ ୩୫ରେ ଏହି ଉଚ୍ଛେଦ କରାଯାଇଛି। ବିଡିଏ, ବିଏମ୍ସିର ଉଚ୍ଛେଦକାରୀ ଦଳ ଆଜି ସକାଳେ ଉଚ୍ଛେଦ ସ୍ଥଳରେ ପହଞ୍ଚିଥିଲେ। ଗୋଟିଏ ବୁଲଡୋଜରକୁ ଉଚ୍ଛେଦ କାର୍ଯ୍ୟରେ ଲଗା ଯାଇଥିଲା। ଏଥିରେ ୨ଟି ବାଉଁଶଘେରା ହୋଟେଲ, ଗୋଟିଏ ଫାଷ୍ଟ ଫୁଡ୍ ଦୋକାନ, ମନଇଛା ଆଗକୁ ବଢ଼ିଥିବା ଓମ୍ଫେଡ୍ ଦୋକାନ, ୪ଟି ଆଇସକ୍ରିମ୍ ଟ୍ରିମ୍, ୨ଟି ଗୁପଚୁପ୍ ଟ୍ରଲି ଓ ଗୋଟିଏ ଲେଖାଏଁ ଦୋକାନ ଓ ବିଜ୍ଞାପନ ଷ୍ଟଲକୁ ଭାଙ୍ଗି ଦିଆଯାଇଛି। ଉଚ୍ଛେଦ ସ୍ଥଳରେ ବିଡିଏ, ବିଏମ୍ସି ଓ କମିସନରେଟ୍ ପୁଲିସର ଅଧିକାରୀମାନେ ଉପସ୍ଥିତ ଥିଲେ।
ସହିଦ ନଗର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ
/sambad/media/post_attachments/wp-content/uploads/2019/06/jabar-dakhal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)