ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ବଢ଼ି ବଢ଼ି ଚାଲିଛି। ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ସ୍ଥାନରୁ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଆଜି ରାଜଧାନୀରେ ଜଣେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସାଲିଆସାହି ତାରିଣୀ ବସ୍ତିର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଛି। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଏବେ ୭ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସତ୍ୱେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ଡେଙ୍ଗୁ ସଂକ୍ରମିତ ଅଞ୍ଚଳଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ସହିତ ଉତ୍ସ ନଷ୍ଟ ପାଇଁ ପଦକ୍ଷେପ ନିଆଯାଇଛି। ୧୯୬ଟି ଘରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସଚେତନତା ସମୟରେ ୪ଟି ବ୍ୟକ୍ତି ଡେଙ୍ଗୁ ସଂକ୍ରମିତ ଥିବା ସ୍ୱାସ୍ଥ୍ୟ ବିଭାଗର ସନ୍ଦେହକୁ ଆସିଥିଲେ। ଏଥିପାଇଁ ୨ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରି ଆର୍ଏମ୍ଆର୍ସିକୁ ପଠାଯାଇଛି। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ୭ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କୁ ଡେଙ୍ଗୁ ଓ୍ଵାର୍ଡରେ ଭର୍ତି କରାଯାଇଥିବା ଜଣାପଡ଼ିଛି।
ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା
ରାଜଧାନୀରେ ବଢ଼ୁଛି ଡେଙ୍ଗୁ
/sambad/media/post_attachments/wp-content/uploads/2017/11/dengue-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)