ଭୁବନେଶ୍ୱର: ରାଜଧାନୀରେ ଆଉ ଏକ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ଚନ୍ଦ୍ରଶେଖରପୁର ବିଡିଏ କଲୋନିର ନୀଳମାଧବ ବସ୍ତିର। ଦୁଇ ଦିନତଳେ ତାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଚାପି ରଖିଥିବା ଅଭିଯୋଗ ହୋଇଛି। ଫଳରେ ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ତେବେ ଏହି ଡେଙ୍ଗୁ ମୃତ୍ୟୁକୁ ସ୍ୱାସ୍ଥ୍ୟ ବିଭାଗ ଖଣ୍ଡନ କରିବା ସହିିତ ଏଥିରେ କାହାର ମୃତ୍ୟୁ ହୋଇ ନ ଥିବା ବିଭାଗର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ବିଡିଏ କଲୋନିର ନୀଳମାଧବ ବସ୍ତିରେ ରହୁଥିବା ସୁକାନ୍ତ ନାୟକଙ୍କ ଭାଣିଜୀ ସପ୍ତାହ ତଳେ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ମାତ୍ର ଦୁଇ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମାମୁ ଶ୍ରୀ ନାୟକ ଆଜି ତାଙ୍କ ଭାଣଜୀଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ଆସନ୍ତାକାଲି ସ୍ଥାନୀୟ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି। ରାଜଧାନୀରେ ଡେଙ୍ଗୁ ବ୍ୟାପିବାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୀଳାଦ୍ରିବିହାର ପିଏଚ୍ସିରେ ଏକ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଥିଲେ ହେଁ ତାହା ଠିକ୍ରେ କାର୍ଯ୍ୟ କରୁ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଆଜି ରାଜଧାନୀରେ ଆଉ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏ ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲ ହସ୍ପିଟାଲରେ ୪୧ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜଧାନୀରେ ଆଉ ଏକ ଡେଙ୍ଗୁ ମୃତ୍ୟୁ!
ସ୍ୱାସ୍ଥ୍ୟ ବିଭାଗର ଖଣ୍ଡନ
/sambad/media/post_attachments/wp-content/uploads/2018/06/dengue-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)