ଭୁବନେଶ୍ୱର: ବିଏମ୍ସି ପକ୍ଷରୁ ସାଲିଆସାହିର ମେ’ ଫେୟାର ନଗରଠାରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବସ୍ତିବାସିନ୍ଦାଙ୍କୁ ଡେଙ୍ଗୁର ଲକ୍ଷଣ ଓ ନିରାକାରଣ ବିଷୟରେ ବୁଝା ଯାଇଥିଲା। ଏହି ଅବସରରେ ବିଏମସି ଅଫିସ ପରିସରରେ ମେୟର ଅନନ୍ତ ନାରାୟଣ ଜେନା ଏକ ପ୍ରଜ୍ଞାପନ ମେଢ଼କୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମିସନର୍ ଲଲାଟେନ୍ଦୁ ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସନ୍ଦୀପନା ପତି, ପ୍ଲାନ ଇଣ୍ଡିଆର ମୁଖ୍ୟ ତୁଷାରକାନ୍ତି ଦାସ ପ୍ରମୁଖ ସାମିଲ ଥିଲେ।
ମେ’ ଫେୟାର ନଗରରେ ଡେଙ୍ଗୁ ସଚେତନତା
/sambad/media/post_attachments/wp-content/uploads/2018/06/raj-dengue1.jpg)